ଗଜପତି: ସଡ଼କ ଦୁର୍ଘଟଣାରେ ମହିଳାଙ୍କ ଚାଲିଗଲା ଜୀବନ, ଦୁଇ ଆହତ । ଏଭଳି ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସାତମାଇଲ ଛକରେ । ରାତି ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଆହତ ହୋଇଥିବାର ଜଣାପଡିଛି । ଦୁଇ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛନ୍ତି ।
ସୂଚନା ଅନୁସାରେ ଉଭୟ ବାଇକ ରାୟଗଡ ଅଭିମୁଖେ ଯାଉଥିବା ସମୟରେ ସାତମାଇଲ ନିକଟରେ ଉଭୟ ଦୁର୍ଘଟଣା ଗସ୍ତ ହୋଇଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ହେଇଛନ୍ତି । ସେମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ ଗୁରାଣ୍ଡି ଥାନାରେ ମାମଲା ରୁଜୁ ହେବା ସହ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।