ଜୟପୁର : କୋରାପୁଟ ଜିଲା କୋଟପାଡ ଥାନା ବଣ୍ଡାଗୁଡାର ଭଡାଘରେ ନକଲି ବିଦେଶୀ ମଦ କାରଖାନା ଥିବା ସୂଚନା ପାଇ ଚଢାଉ କରିଥିଲା ପୋଲିସ୍ । ଚଢାଉ ହେଉଥିବା ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିଲେ । ଚମ୍ପଟ ମାରିଥିବା ଦୁଇ ଅଭିଯୁକ୍ତ ମାଲିକ ହେଲେ କୋଟପାଡ ଥାନା ମାଛମାଳ ଗ୍ରାମର ଅମିତ ଗୁପ୍ତା ଓ ପଙ୍କଜ ଗୁପ୍ତା । ଏନେଇ ଜୟପୁର ଅବକାରୀ ନିରୀକ୍ଷକ ଶଶିକାନ୍ତ ଦତ୍ତ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଦୀର୍ଘ ୧ ମାସର ପରିଶ୍ରମ ପରେ ବିପୁଳ ପରିମାଣର ନକଲି ବିଦେଶୀ କମ୍ପାନି ମଦ ପ୍ରସ୍ତୁତ କାରଖାନା ଠାବ କରିଛି ଜୟପୁର ଅବକାରୀ ବିଭାଗ । ମଦ ପ୍ରସ୍ତୁତକାରୀ ୨ ଅଭିଯୁକ୍ତ ଭାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତିା କାରଖାନାରୁ ଭଳିକି ଭଳି ନକଲି ମଦ ପ୍ରସ୍ତୁତ କରିବଜାରରେ ବିକ୍ରି କରାଯାଉଛି । ଏହି କାରାଖାନାରୁ ପ୍ରସ୍ତୁତ ନକଲି ବିଦେଶି ମଦ ଓଡିଶା ଓ ଛତିଶଗଡରେ ବିକ୍ରୟ ହୋଉଥିବା ଅବକାରି ବିଭାଗ ତଦନ୍ତରୁ ଜାଣିବାକୁ ପାଇଛି । ମଦ ପ୍ରସ୍ତୁତ କାରଖାନାରୁ ନକଲି ମଦ ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କାର ଜବତ କରଛି । ଚଢାଉ ପାଇଁ ୩ଟି ଟିମ ଗଠନ କରାଯାଇଥିଲା । ୧୭୦ ପେଟିରୁ ୮୪୨୦ ବୋତଲରେ ୧୫୪୫.୩୬ ଲିଟର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏଥିସହ କମ୍ପାନୀ ଲେବଲ ଷ୍ଟିକର , କାରାମେଲ , ଏଚବି ସ୍ପରିଟ , ବୋକେଟ , ଛୁରି ସିଲିଙ୍ଗ ମେସିଲ ଏସେନ୍ସ ଜବତ କରିଛି । କାରଖାନା ଚଳାଉଥିବା ଦୁଇ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।