ବଲାଙ୍ଗୀର: ଚାଲିଥିଲା ବେଆଇନ କଫ ସିରପ କାରବାର, ୩ ଜଣକୁ ଗିରଫ କଲା ପୋଲିସ l ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପୋଲିସ ବେଆଇନ କଫ ସିରପ କାରବାର ନେଇ ଖବର ପାଇଥିଲା l ଏନେଇ ପୋଲିସ ପାଟଣାଗଡ ରାମପୁର ପେଟ୍ରୋଲ ପମ୍ପ ନିକଟରୁ ବାଇକରେ ଯାଉଥିବା ୩ ଜଣକୁ ସନ୍ଦେହ କରି ଅଟକାଇଥିଲେ l
ପୋଲିସ ତାଙ୍କ ଠାରୁ ଗୋଟିଏ ବ୍ୟାଗରେ ୫୦ ଟି ବେଆଇନ କଫ ସିରଫ ପାଇଥିଲେ l ୫୦ ଟି କଫ ସିରଫ ଓ ବାଇକ ଜବତ କରି ୩ ଜଣ ଅଭିଯୁକ୍ତଙ୍କୁ ପାଟଣାଗଡ ଥାନାକୁ ଆଣି ଅଧିକ ତଦନ୍ତ କରାଯାଉଛି l ୩ ଅଭିଯୁକ୍ତ ହେଲେ ପାଟଣାଗଡର ସୁବାସ ମେହେର, ଭଗବାନ ବାରିକ ଓ ବଲାଙ୍ଗୀର ଚୂଡ଼ାପାଲି ର ରାଜେଶ ବେହେରା ବୋଲି ଜଣାପଡିଛି l ୩ ଜଣକୁ ଟିଟିଲାଗଡ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ l ତାଙ୍କ ଜାମିନ ଖାରଜ ହେବା ପରେ ପାଟଣାଗଡ ଜେଲକୁ ପଠାଯିବା ନେଇ ସୂଚନା ମିଳିଛି l