ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି । ଆଜି ହେଉଛି ସୂର୍ଯ୍ୟ ଉପାସନାର ଦିନ ।
ତେଣୁ ଆଜିର ଦିନରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ । ତେଣୁ ଆଜିର ଦିନରେ ସୂର୍ଯ୍ୟନାରାୟଣଙ୍କ ଦକ୍ଷିଣାୟନ ଓ ଉତ୍ତରାୟଣ ଚଳନ୍ତି ପ୍ରତିମା ରଥାରୁଢ଼ ହୋଇ ଚନ୍ଦ୍ରଭାଗା ତୀର୍ଥରେ ନିକଟରେ ଥିବା ଛୋଟାବାବା ମଠ ନିକଟକୁ ଯାଇଥାନ୍ତି । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି । ସେଠାରେ ଆସନ୍ତା ପବିତ୍ର ମାଘ ଶୁକ୍ଳ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ଅବସ୍ଥାନ କରିଥାନ୍ତି । ଯାହାକି ପବିତ୍ର ମାଘ ସପ୍ତମୀରେ ମହୋଦଧିରେ ମହାସ୍ନାନ କରିବା ପରେ ଅବଧୂତ ମଠକୁ ବାହୁଡ଼ି ଆସନ୍ତି ।ଯାହାକୁ ବିଶ୍ୱାସ କରି ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।
ଅଧିକ ପଢନ୍ତୁ: ନୂଆବର୍ଷରେ ରାଜ୍ୟରେ ବଢ଼ିବ ଶୀତ