ନୂଆଦିଲ୍ଲୀ: ସାଉଥ ସିନେମାର ଦୁଇ ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମାନ୍ଧାନା ଏବଂ ବିଜୟ ଦେବରକୋଣ୍ଡା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଗୋପନୀୟ ନିର୍ବନ୍ଧ କରିବା ପରେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି ।
ରଶ୍ମିକା ଏବଂ ବିଜୟଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । କିନ୍ତୁ ଉଭୟ କେବେ ସାର୍ବଜନୀନ ଭାବେ ସ୍ୱୀକାର କରି ନାହାଁନ୍ତି । ଗତ ଅକ୍ଟୋବର ୩ରେ ଦୁଇ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟଙ୍କ ମେଳରେ ଉଭୟଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିବାର ଖବର ଆସିଥିଲା । ଏହା ପରେ ମଧ୍ୟ ଉଭୟଙ୍କର କୌଣସି ଫଟୋ କିମ୍ବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଦେଖିବାକୁ ମିଳିନଥିଲା । ତଥାପି ତାଙ୍କ ପ୍ରଶଂସକମାନେ ବିବାହ ତାରିଖକୁ ଚାହିଁ ବସିଛନ୍ତି ।
ତେବେ ରଶ୍ମିକା ଏବଂ ବିଜୟଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । ଉଭୟ ଫେବୃୟାରୀ ପରସ୍ପର ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଫେବୃୟାରୀ ୨୬ ତାରିଖରେ ଉଭୟ ବିବାହ କରିବା ନେଇ ଜଣାପଡ଼ିଛି । ରାଜସ୍ଥାନର ଉଦୟପୁରରେ ବିବାହ ହେବ ବୋଲି ସ୍ଥିର ହୋଇଛି । କେବଳ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟ ଏଥିରେ ସାମିଲ ହେବେ ।