ବିଫଳ ହେଲା ମାଓବାଦୀଙ୍କ ବଡ ଷଡଯନ୍ତ୍ର। ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଓ ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ, ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ଏବଂ ବିପୁଳ ପରିମାଣର ବିସ୍ପୋରକ।
ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ଜଙ୍ଗଲ ଭିତରେ ମାଓବାଦୀମାନେ ଏହି ସବୁ ବିସ୍ଫୋରକ ଲୁଚାଇ ରଖିଥିଲେ। ହେଲେ ଡିଆରଜି ଓ ସିଆରପିଏଫ ବାହିନୀର ସର୍ଚ୍ଚ ଅପରେସନ ବେଳେ ଟିଫିନ ବୋମା ଉଦ୍ଧାର କରାଯାଇ ତାହାକୁ ନିଷ୍କ୍ରିୟ କରାଯାଇଛି। ବୋମା ନିଷ୍କ୍ରିୟ କରାଯିବା ସମୟରେ ଭୟଙ୍କର ବିସ୍ପୋରଣ ହୋଇଥିଲା। ଜିଲ୍ଲା ରିଜର୍ଭ ଗାର୍ଡ, ଗଙ୍ଗାଲୁର ପୋଲିସ କର୍ମଚାରୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ମିଳିତ ଭାବରେ ଏହି ଅପରେସନ କରିଥିଲେ।
ମୁଙ୍ଗା ରୋଡ ନିକଟସ୍ଥ ଏକ ପାଦଚଲା ରାସ୍ତାରେ ନିୟମିତ ଡିମାଇନିଂ ଏବଂ ଅଞ୍ଚଳ ସଫା କରିବା ସମୟରେ, ଦଳ ପାଟ୍ରୋଲିଂ କିମ୍ବା ସାଧାରଣ ଯାନବାହନକୁ ଟାର୍ଗେଟ କରିବା ପାଇଁ ରଣନୀତିକ ଭାବରେ ପୋତାଯାଇଥିବା ଏକ ଚାପ-ସକ୍ରିୟ ଆଇଇଡି ଦେଖିଥିଲା। ବୋମା ନିଷ୍କ୍ରିୟ ଦଳ କଡା ସୁରକ୍ଷା ପ୍ରୋଟୋକଲ ଅନୁସରଣ କରିଥିଲା ଏବଂ ସ୍ଥାନରେ ଡିଭାଇସକୁ ନିଷ୍କ୍ରିୟ କରିଥିଲା, ଯାହା ଫଳରେ ଏକ ଭୟଙ୍କର ଘଟଣା ରୋକାଯାଇପାରିଲା। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଅଧିକ ପଢନ୍ତୁ: ବାଂଲାଦେଶରେ ଜଳୁଛନ୍ତି ହିନ୍ଦୁ, ଶୋଇଥିବାବେଳେ ଘର ଜାଳି ଦେଲେ ବିକ୍ଷୋଭକାରୀ