ବ୍ରହ୍ମପୁର : କାର ଉପରେ ଚଢ଼ିଗଲା କାଜୁ ବୋଝେଇ ଟ୍ରକ l ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଖେମୁଣ୍ଡି ଖୋଲ ରାସ୍ତାରେ କାର ଉପରେ ଚଢ଼ିଗଲା କାଜୁ ବୋଝେଇ ଟ୍ରକ l ଫଳରେ କାରରେ ଥିବା ପାଞ୍ଚ ଜଣ ଆହତ ହୋଇଛନ୍ତି l ପାଞ୍ଚ ଜଣ ଯୁବକ ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଫେରୁଥିଲେ l ଏହି ସମୟରେ ବିପରୀତ ଦିଗ ଗଜପତିରୁ ଆସୁଥିବା କାଜୁ ବୋଝେଇ ଟ୍ରକଟି କାର ଉପରକୁ ଚଢିଯାଇଥିଲା l
ଚାରି ଜଣଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା l ତେବେ କାର ଚାଳକ ଚାପି ହୋଇ ରହିଯାଇଥିଲେ l ଉଦ୍ଧାର କରିବା ପାଇଁ ସାନ ଖେମୁଣ୍ଡି ଦମକଳ କର୍ମଚାରୀ ପହଞ୍ଚି ଦେଢ଼ ଘଣ୍ଟା ପରିଶ୍ରମ କରିବା ପରେ ଚାଳକଙ୍କୁ ଉଦ୍ଧାର କରାଯାଇଥିଲା l ପରେ ଚାଳକଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଯୁବକମାନେ ଭୁବନେଶ୍ୱର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ l