ଭୁବନେଶ୍ୱର: ପୁଣି ଅସନ୍ତୋଷ ଝାଡିଲେ ବଦ୍ରିନାରାୟଣ ପାତ୍ର। ବିଜେଡି ପ୍ରତିଷ୍ଠା ଦିବସରେ ଟାର୍ଗେଟ କରିଥିବା ବେଳେ ଆଜି ପୁଣି ଅସନ୍ତୋଷ ନିଜ ପ୍ରକାଶ କରିଛନ୍ତି ବିଜେଡିର ଏହି ବରିଷ୍ଠ ବିଜେଡି ବିଧାୟକ ଜଣକ। ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ ସେ ଟାର୍ଗେଟ୍ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ ଦଳ କାହିଁକି ହାରିଲା ତାହା ବଖାଣି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଦ୍ରି କହିଛନ୍ତି ଦଳ ହାରିବାର ମୂଳ କାରଣ ହେଉଛି, "ନବୀନ ପ୍ରଚାରକୁ ଗଲେ ନାହିଁ। ଏହି କାରଣ ପାଇଁ ଆମ ଦଳ ହାରିଲା। ଲୋକେ ନବୀନଙ୍କୁ ଖୋଜିଲେ, କିନ୍ତୁ ତାଙ୍କୁ ପାଇଲେ ନାହିଁ। ହେଲେ ନବୀନଙ୍କ ବଦଳରେ ଆଉ ଜଣେ ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ"। ଏଭଳି କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବଦ୍ରି ପାତ୍ର।
ବଦ୍ରି କହିଛନ୍ତି 'ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ। ନବୀନ ନାହାନ୍ତି ତ ଭୋଟ ନାହିଁ ବୋଲି ଲୋକେ ଦଳକୁ ଜଣାଇଦେଲେ। ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ହିଁ ଦାୟୀ'। ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ ବୋଲି କହି ବଦ୍ରି ପାତ୍ର ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।
ଅଧିକ ପଢନ୍ତୁ: ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିଜୟ ହେବ: ପ୍ରଭାରୀ ବିଜୟପାଲ ସିଂହ ତୋମାର