କଟକ: ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଗାୟିକା ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ଗାୟକ ତଥା ଷ୍ଟୁଡିଓ ମାଲିକ ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟ ଯାଇଛନ୍ତି । ଉଭୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି ।
ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା କଟକ ମର୍କତ ନଗର ଥାନାରେ ଅର୍ପିତା ଚୌଧୁରୀ, ସୋମେଶ ଶତପଥୀ, ହ୍ୟୁମାନଙ୍କ ମ୍ୟାନେଜର ଦିନେଶ, ବୋହୂ ଶ୍ରେୟା ମିଶ୍ରଙ୍କ ସମେତ ୯ ଜଣଙ୍କ ନାମରେ ଏତଲା ଦେଇଛନ୍ତି । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଶେଫାଳୀ ଗାୟିକା ଅର୍ପିତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଅର୍ପିତା ହ୍ୟୁମାନଙ୍କ ଘରକୁ ଆସୁଥିଲେ । ମାତ୍ର ହଠାତ୍ ଘରକୁ ଆସିବା ବନ୍ଦ କରିଦେବା ପରେ ହ୍ୟୁମାନ ମାନସିକ ଅବସାଦକୁ ପଳାଇଯାଇଥିଲେ । ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲା ବୋଲି ଶେଫାଳୀ କହିଥିଲେ ।