ଆଶାୟୀଙ୍କୁ ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୧୧ଟି ବିଭାଗ ୧୫୪୩ଜଣଙ୍କୁ ନିଯୁକ୍ତି ମିଳିଛି। ଭୁବନେଶ୍ବର ରେଲଓ୍ବେ ଅଡିଟୋରିୟମ ହଲରେ ହୋଇଥିବା ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଚୟନ ହୋଇଥିବା ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ।
ତେବେ ବଣ୍ଟନ ହୋଇଥିବା ନିଯୁକ୍ତ ପତ୍ର ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ୭୫୫, କୃଷି ବିଭାଗରୁ ୩୯୨, ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗରୁ ୧୧୬, ଅର୍ଥ ବିଭାଗରୁ ୧୨୧ ଜଣ, ଶ୍ରମ ବିଭାଗରୁ ୧୦୬ ଜଣ, ସମବାୟ ବିଭାଗରୁ ୧୫ ଜଣ, ପର୍ଯ୍ୟଟନ ବିଭାଗରୁ ୧୮, ସ୍ଵରାଷ୍ଟ୍ର ବିଭାଗରୁ ୬ ଜଣ, ଯୋଗାଣ ବିଭାଗରୁ ୫ ଜଣ, ଯୋଜନା ଓ ସଂଯୋଜନା ବିଭାଗରୁ ୮ ଜଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।
ଏହି ଅବସରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧିକାରୀଙ୍କୁ ସୁଶାସନର ତିନୋଟି ମନ୍ତ୍ର ଦେଇଛନ୍ତି। ନବନିଯୁକ୍ତ ଅଧିକାରୀଙ୍କୁ ସ୍ୱଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନିଜ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢନ୍ତୁ: ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି; ଚଢ଼ାଉ ବେଳେ ଘରୁ ମିଳିଲାଣି ପୁଳା ପୁଳା ସୁନା ସହିତ ଲକ୍ଷାଧିକ ଟଙ୍କା