ଯାଜପୁର: ଯାଜପୁରରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ମହିଳା ଜଣକ ହେଲେ ଯାଜପୁର ଖଣ୍ଡର ଅଞ୍ଚଳର ସୁଭଦ୍ରା ପାତ୍ର । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ପରିବାର ଲୋକେ ବିକ୍ଷୋଭ କରିଛନ୍ତି ।
ଗତ ୨୫ ତାରିଖରେ ଯାଜପୁର ମେଡିକାଲ ଛକ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ସୁଭଦ୍ରାଙ୍କୁ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା । ସୁଭଦ୍ରା ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଗତକାଲି ରାତିରେ ସେ ପ୍ରାଣ ହରାଇଥିଲେ । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ତାଙ୍କ ମୃତ୍ୟୁର କାରଣ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ସମ୍ପର୍କୀୟମାନେ ଉକ୍ତ ହସ୍ପିଟାଲ ସମ୍ମୁଖରେ ରଖି ବିକ୍ଷୋଭ କରିଛନ୍ତି ।
ସୂଚନା ଅନୁସାରେ ସେହି ଘରୋଇ ମେଡିକାଲରେ ଗତ ୨୪ ତାରିଖରେ ମଧ୍ୟ ଆଉ ଜଣେ ପ୍ରସୂତୀ ମୃତ୍ୟୁ ବରଣ କରିଥିଲେ । ବରୀ ରତ୍ନଗିରି ଅଞ୍ଚଳରୁ ପ୍ରସବ ଲାଗି ଆସିଥିବା ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେବା ପରେ ମୃତ୍ୟୁ ହୋଇଥିଲା ।