ଭୁବନେଶ୍ବର: ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ଆସନ୍ତା ଜାନୁୟାରୀ ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଦୁଲୁକିବ ରାଜଧାନୀ, ଝୁମିବେ ଜନତା। ଭୁବନେଶ୍ୱର ମହାନଗର ନିଗମ୍ (BMC) ପକ୍ଷରୁ ମଙ୍ଗଳବାର ଏନେଇ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍ର ପ୍ରଥମ ‘ପଥ ଉତ୍ସବ’ ହେବ ବୋଲି BMC ପକ୍ଷରୁ କୁହାଯାଇଛି। ଏହି ଉତ୍ସବ ଜନପଥର ମାଷ୍ଟରକ୍ୟାଣ୍ଟିନ ଏବଂ ରାମ ମନ୍ଦିର ଛକ ମଧ୍ୟରେ ପାଳନ କରାଯିବ।
ସକାଳ ୬ଟାରୁ ‘ପଥ ଉତ୍ସବ’ ଆରମ୍ଭ ହେବା ନେଇ BMC ପକ୍ଷରୁ ଅବଗତ କରାଯାଇଛି। ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ରାଜଧାନୀବାସିନ୍ଦା। ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡ଼ୁ, କୁଇଜ୍ କମ୍ପିଟେସନ, ରଙ୍ଗୋଲୀ, ମ୍ୟାଜିକ୍ ସୋ, କ୍ଲେ ଆର୍ଟଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଳାକାର, ଏସ୍ଏଚ୍କି ଏଥିରେ ଅଂଶ ଗ୍ରହଣ କରିବେ। ବିଗତ ବର୍ଷଗୁଡିକ ଠାରୁ ଚଳିତ ବର୍ଷ ନୂଆ ଢଙ୍ଗରେ ଏବଂ ନୂଆ ରୂପରେ ପଥ ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ ବିଶେଷ କରି ଓଡ଼ିଆ ଭାଷା ସଂସ୍କୃତି ଧ୍ୟାନ ଦିଆଯିବାର ଲକ୍ଷ୍ୟ ରଖିଚି ବିଏମ୍ସି।
ଅଧିକ ପଢନ୍ତୁ: ପୁରୀର ସମସ୍ତ ଅଫିସର୍ଙ୍କ ଛୁଟି ବାତିଲ; ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ, ଆଜିଠୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି