ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ନିକଟରେ ଏକ ଅଘଟଣ ଘଟିଯାଇଛି । ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ଶୁଭମ ବାରିକ ଓ ତ୍ରିଲୋଚନ ସେଠ ।
ସୂଚନା ଅନୁସାରେ, ତିନି ଜଣ ଯୁବକ ଏକ ବାଇକ ଯୋଗେ କୈାଣସି ଏକ କାମରେ ଯାଉଥିଲେ । କାମ ସାରି ତିନି ଜଣ ସାଙ୍ଗ ହୋଇ ଫେରୁଥିଲେ । ଏହି ସମୟରେ ସଦର ଥାନା ବ୍ରାହ୍ମଣୀପାଲି ନିକଟରେ ଏକ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ଯାହା ଫଳରେ ତିନି ଜଣ ଯୁବକ ଛିଟକି ପଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇପଡିଥିଲେ । ତେବେ ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।