କଟକ: କଟକରେ ବିନା ପାସପୋର୍ଟ ରେ ଆଫଗାନ ଯୁବକ ରହିବ ଘଟଣା ଯାଞ୍ଚ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଏଜେନ୍ସି ଟିମ୍ । ଆଫଗାନସ୍ତାନ ଯୁବକ ବିମାନ ବନ୍ଦର ରେ ଧରା ପଡ଼ିବା ପରେ ଏବେ ଯାଞ୍ଚକୁ ତ୍ୱରାନ୍ୱିତ କରାଯାଇଛି। ଦେଶର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । ଦୁଇ ଜଣିଆ ଟିମ୍ ପହଞ୍ଚି ଆଫଗାନ ଯୁବକଙ୍କୁ ପଚରା ଉଚରା କରିଛି। ସେମାନେ କେବେଠାରୁ କାହିଁକି ଏଠାରେ ରହୁଛନ୍ତି ଏନେଇ ପଚରା ଉଚରା କରିବା ସହ ତାଙ୍କ ପରିଚୟ ପତ୍ର ଯାଞ୍ଚ କରିଛି। ଏହା ସହ ସେମାନଙ୍କ ପାଖେ କଣ ସବୁ ପରିଚୟ ପତ୍ର ରହିଛି ତାହା ମଧ୍ୟ ଯାଞ୍ଚ ହୋଇଛି ।
ନକଲି ପାସପୋର୍ଟ ବ୍ୟବହାର କରି ବିଦେଶ ଯାତ୍ରା କରିବା ଓ କଟକର ଠିକଣା ଜଣା ପଡ଼ିବା ପରେ ଅଭିଯୁକ୍ତ ମହମ୍ମଦ ୟୁସୁଫ ଓରଫ ୟାହା ଖାନକୁ ଗିରଫ ପରେ ସେ କଟକରେ ରହୁଥିବା ଘରେ ରେଡ୍ କରିଥିଲା ସ୍ଥାନୀୟ ପୋଲିସ ଓ ତଦନ୍ତକାରୀ ସଂସ୍ଥା। ତେବେ କଟକ ପେଟିନ ସାହିରେ ନାଁ ବଦଳେଇ ନକଲି ଭାରତୀୟ ପରିଚୟ ପତ୍ର ବ୍ୟବହାର କରି ୟୁସୁଫ ରହୁଥିଲା ବୋଲି ଜଣା ପଡିଛି। ତେବେ ସେ ଭଡ଼ାରେ ରହୁଥିବା ଘରେ ଅନ୍ୟ ୩ ଜଣ ଆଫଗାନ ନାଗରିକ ରହୁଛନ୍ତି।ଏହି ୩ ଜଣ ଆଫଗାନ ନାଗରିକ ଭାରତୀୟ ପରିଚୟ ନିଜ ପାଖେ ରଖି ଦୀର୍ଘ ବର୍ଷ ଧରି କଟକ ସହରରେ ଡ୍ରାଇ ଫ୍ରୁଟ, ଶାଢ଼ୀ, କେଶର ଆଦି ବ୍ୟବସାୟ କରୁଥିବା ଜଣାପଡିଛି ।