ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ନିଯୁକ୍ତି ପରୀକ୍ଷାରେ ଆବେଦନ କରୁଥିବା ଆଶାୟୀଙ୍କ ପାଇଁ ଶୁଳ୍କ ଛାଡ଼ କରାଯିବ । ଯେଉଁମାନେ ପରୀକ୍ଷା ଦେବେ ସେମାନେ ଆବେଦନ ଶୁଳ୍କ ଫେରି ପାଇପାରିବେ । କିନ୍ତୁ ଯେଉଁମାନେ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଅର୍ଥାତ ଆବେଦନ କରି ପରୀକ୍ଷା ସମୟରେ ଅନୁପସ୍ଥିତ ରହୁଥିବା ପରୀକ୍ଷାର୍ଥୀମାନେ ଆଉ ଟଙ୍କା ଫେରସ୍ତ ପାଇବେ ନାହିଁ । ଏ ନେଇ ଅତିରିକ୍ତ ସଚିବ ସାଗରିକା ହୋତା ଓପିଏସଏସସି (OPSC) ,ଓଏସଏସସି (OSSC) ଏବଂ ଓଏସଏସଏସସି (OSSSC)କୁ ଚିଠି ଲେଖିଛନ୍ତି ।
ଅନେକ ସମୟରେ ଦେଖାଯାଇଛି ବିଭିନ୍ନ ସରକାରୀ ପରୀକ୍ଷାରେ ଆଶାୟୀମାନେ ଆବେଦନ କରୁଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ପରୀକ୍ଷା ଦେବାକୁ ଆସୁ ନାହାଁନ୍ତି । ଗତ ମାର୍ଚ୍ଚ ମାସ ୪ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରୀକ୍ଷା ଆବେଦନ ନିଯୁକ୍ତି ଶୁଳ୍କ ଲାଗୁ କରିବା ଏବଂ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଏ ସଂକ୍ରାନ୍ତୀୟ ମତାମତ ଜୁନ ୨୪ ଅର୍ଥାତ ଆସନ୍ତାକାଲି ସୁଦ୍ଧା ଦେବାକୁ ଅତିରିକ୍ତ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।