ଯାଜପୁର : ଓଡିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଛାତ୍ରୀଙ୍କୁ ଅସଦାଚରଣ କଲେ ଯୁବକ । ସୂଚନା ଅନୁଯାୟୀ ଯାଜପୁର ଦଶରଥପୁର ବ୍ଲକ ଦଶରଥପୁର ଥାନା ଅଧୀନ କରଞ୍ଜମାଳ ତରାଙ୍ଗ ସାଗରପୁର ଗ୍ରାମର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିବା ବେଳେ ତାଙ୍କ ସହ ତାଙ୍କ ବାନ୍ଧବୀ ଆସିଥିଲେ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେ ତପସ୍ୱିନୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ଗତ ରବିବାର ସନ୍ଧ୍ୟା ସମୟରେ ଯାଜପୁର ବିରଜା ଙ୍କ ଦର୍ଶନ ସାରି ବସ୍ ଯୋଗେ ଘରକୁ ଫେରିଥିଲେ । ନନ୍ଦିପୁର ସ୍ଥିତ ଭଦ୍ରଖ ପଡିଆ ପାଖରେ ଦୁଇ ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ । ଦୁଇ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ତପସ୍ୱିନୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହେଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ୍ ଧରିବାରେ ଅସଫଳ ହୋଇଛି।
ଅନ୍ୟପକ୍ଷେ ଦିଲ୍ଲୀରୁ ଆସିଥିବା ଯୁବତୀ ଓଡିଶାରେ ମହିଳା ଏବଂ ଯୁବତୀ ସୁରକ୍ଷିତ ନୁହନ୍ତି ବୋଲି କହିଛନ୍ତି ।