ଯୋରନ୍ଦା : ଭାଙ୍ଗିଲା ପ୍ରସିଦ୍ଧ ମହିମା ଗାଦିର ଦଧିନଉତି। ଭୟଙ୍କର ବଜ୍ରାଘାତରେ ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଯାଇଥିବା ସୂଚନା ରହିଛି । ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ତଥା ମହିମା ସନ୍ନ୍ୟାସୀମାନେ ଦୁଃଖ ପ୍ରକାଶ କରିଛନ୍ତି।
ଚଳିତବର୍ଷ ଫେବୃଆରୀ ୧୧ରେ ଯୋରନ୍ଦା ମହିମାଗାଦିରେ ବିଶ୍ଵ ପ୍ରସିଦ୍ଧ ମାଘମେଳା ଆରମ୍ଭ ହୋଇଥିଲା । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିଥିଲେ । ଏଥିଲାଗି ବ୍ୟାପକ ପ୍ରସ୍ତୁତି ହୋଇଥିଲା ।
ଏହି ପବିତ୍ର ସ୍ଥାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମହିମା ସାଧୁମାନେ ଗାଦିରେ ବସିଥିଲେ । ମାଘ ଶୁକ୍ଳ ଚତୁର୍ଦଶୀ ଏବଂ ପୂର୍ଣ୍ଣମୀ ଦୁଇ ଦିନ ଧରି ଗାଦି ମନ୍ଦିରର ଚାରି ମୁଖଶାଳାରେ ବୃହତ୍ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା । ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମା ଗାଦିରେ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ ।