ଭୁବନେଶ୍ୱର : ରାଜ୍ଯରେ ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ରାଜଭବନ କର୍ମଶାଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ ବାକି ୯୫ ପ୍ରତିଶତ ଲୋକ ଏସବୁ ସରକାରୀ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ଜିଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ବି ମୁଁ ଦେଖିଛି ଅଫିସର ଏହା ଜାଣିନାହାନ୍ତି। ଏପରିକି ଏଲିଟ ବର୍ଗର ଲୋକେ ବି ଜାଣି ନାହାନ୍ତି ବୋଲି ରାଜ୍ୟପାଳ କହିଛନ୍ତି।
ରାଜ୍ଯପାଳ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁରବୀ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ । ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ୍ କିଏ ଦେଇ ନ ପାରିବ ବୋଲି କହିଛନ୍ତି ରାଜ୍ୟପାଳ।
ଏଥିସହ ଓଡିଶାରେ ସାଇବର ଅପରାଧ ଉପରମୁହାଁ ହୋଇଛି ବୋଲି ରାଜ୍ଯପାଳ କହିଛନ୍ତି। ସାଇବର ଅପରାଧୀ ବର୍ଷକରେ ୪ ଶହ କୋଟିରୁ ଅଧିକ ଲୁଟି ନେଲେଣି । ସାଢେ ୬ ଲକ୍ଷ ଲୋକଙ୍କ ଉପରେ ଫିଙ୍ଗିଛନ୍ତି ଜାଲ । ବୟସ୍କଙ୍କ ଉପରେ ସାଇବର ଲୁଟେରାଙ୍କ ନଜର ଅଧିକ ରହିଛି ।