ପାରାଦ୍ଵୀପ: ପାରାଦ୍ଵୀପ ନେହେରୁ ବଙ୍ଗଳା ପଥର ବନ୍ଧ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ବୃନ୍ଦାବନ କଲୋନୀର ମିଥୁନ ବେହେରା ବୋଲି ଜଣାପଡିଛି।
ସୂଚନା ଅନୁସାରେ, ପ୍ରତିଦିନ ପରି ଗତକାଲି ବୃନ୍ଦାବନ ନେହେରୁ ବଙ୍ଗଳା ପଥର ବନ୍ଧକୁ ବନିଶୀ ସାହାଯ୍ୟରେ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ଘରକୁ ଫେରିନଥିଲେ । ତେବେ ପଥର ବନ୍ଧ ଉପରେ ବସିଥିବା ବେଳେ ପ୍ରବଳ ବର୍ଷା ଘଡ଼ଘଡ଼ି ମାରିବାରୁ ସେ ଭୟଭୀତ ଅବସ୍ଥାରେ ପଡି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଖବର ପାଇ ନେହେରୁବଙ୍ଗଳା ମେରାଇନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ଏହାସହ ମିଥୁନ ବେହେରାଙ୍କ ନିଜ ଘର କେନ୍ଦୁଝର ଜିଲ୍ଲାର ଭଗମୁଣ୍ଡା ଗାଁରେ ହୋଇଥିବା ବେଳେ ବୟସ ୩୧ ବୋଲି ପୋଲିସ୍ ଗଣମାଧ୍ୟମକୁ ସୂଚନା ଦେଇଛି।