କେନ୍ଦୁଝର: ବିଶ୍ବର ସର୍ବବୃହତ ରଥ କେନ୍ଦୁଝରର ନନ୍ଦିଘୋଷ ରଥ ଶିଆଳି ଦୌଡିରେ ଟଣା ହେବାର ରହିଛି ନିଆରା ପରମ୍ପରା । ଯାହାକୁ କି କେନ୍ଦୁଝରରେ ରଥା ଯାତ୍ରା ଆରମ୍ଭ ହେବା ଦିନ ରୁ ହିଁ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକ ମାନେ ଯୋଗାଇ ଆସୁଥିଲେ । ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକ ମାନେ ଏହି ଦୌଡ଼ି ଯୋଗାଇ ଆସୁଛନ୍ତି । ଅନେକ କଷ୍ଟ ସହି ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ଦୌଡି ପ୍ରସ୍ତୁତ କରି ପ୍ରଭୁ ଙ୍କ ପ୍ରତି ଥିବା ଗଭୀର ଭକ୍ତି ଭାବର ପ୍ରତିକ ଭାବରେ ଭୂୟାଁ ମାନେ ଏହି ଦୌଡି ଯୋଗାଇ ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁଠି ଓ କିଭଳି ଭାବେ ପ୍ରଭୁଙ୍କର ରଥ ପାଇଁ ତିଆରି ହେଉଛି ଏହି ଶିଆଳି ରଥ ଦୌଡି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ଦଅଁଳା ଗାଁ । ଏହି ଗାଁ ଟିର ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । ଆଉ ଏହି ଗାଁର ଭୂୟାଁ ସଂପ୍ରଦାୟର ଲୋକ ମାନେ ବିଶ୍ବର ସର୍ବ ବୃହତ ରଥ କେନ୍ଦୁଝର ଯେବେ ଠାରୁ ପ୍ରଥମେ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ଦୌଡି ଯୋଗାଇ ଆସୁଛନ୍ତି । ଏବେ ଗାଁର ବଡ ଠାରୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଛନ୍ତି ଦୌଡି ତିଆରି କାମରେ | ଅକ୍ଷୟ ତୃତୀୟା ଠାରୁ ଦଅଁଳା ଗ୍ରାମର ଲୋକେ ଗନ୍ଧମାର୍ଦନ ପାହାଡ଼ରୁ ଶିଆଳି ଲତା ରୁ ଛେଲି ସଂଗ୍ରହ କରିଥାନ୍ତି, ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞା ମାଳ ପାଇଲା ପରେ ରଥ ଦଉଡି ତିଆରି କାମ ଆରମ୍ଭ କରନ୍ତି । ଦୌଡି ତିଆରି କରୁଥିବା ଲୋକଙ୍କ କହିବା ଅନୁଯାଇ ସବୁ ଶିଆଳି ଲତାରୁ ଦଉଡି ପ୍ରସ୍ତୁତ ହୁଏ ନାହିଁ, ଯେଉଁ ଗଛରେ କୌଣସି ଚଢେଇ ବସା କରିନଥିବେ, ଶିଆଳି ଲତା ଟି ଗଛ ଉପରୁ ତଳକୁ ଲମ୍ବି ଥିବ କେବଳ ସେହି ଲତା କୁ କଟାଯାଇ ସେଥିରୁ ବକଳ ବାହାର କରିଥାନ୍ତି । ପରେ ଏହି ବକଳକୁ ମୋଡି ମୋଡି ଦୌଡି ନିର୍ମାଣ କରିଥାନ୍ତି । ଏହି ଦୌଡିର ଲମ୍ବ ୧୦୮ ହାତ ଥିବା ବେଳେ ମୋଟେଇ ୬ ଇ ରହିଥାଏ ବୋଲି ଦୌଡି ତିଆରି କରୁଥିବା ଭୂୟାଁ ମୋନେ କୁହନ୍ତି । ଏସବୁ କାମକୁ ପୁରା ଗାଁର ଲୋକେ ବଡ଼ ଆଗ୍ରହର ସହିତ କରିଥାନ୍ତି।
ଲୋକ କଥା ଅନୁସାରେ, ଏହି ଦୌଡିର ଅନେକ ବୈଶିଷ୍ଟ୍ୟ ରହିଛି । ଏହି ଦୌଡି ରଥରେ ଲାଗି ଗଲା ପରେ ଏହା ଦେବତା ପାଲଟି ଯାନ୍ତି । ଏହାକୁ ଛୁଇଲେ ଜନ୍ମ ଜନ୍ମର ପାପ ନାସ ହେବାର ବିଶ୍ବାସ ରହିଥିବା ସହ ଏହି ରଥ ଦୌଡିକୁ ନେଇ ରଖିଲେ ଲୋକଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଶିଆଡି ଲତାରେ ଦୋଳି ଖେଳୁଥିଲା ବେଳେ ଜରା ଶବର ଶ୍ରୀକୃଷ୍ଣଙ୍କ ପାଦକୁ ହରିଣ ଭାବି ଶର ବିଧ କରିଥିଲା ଏବଂ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଥିଲେ । ପ୍ରଭୁ ଜଗନ୍ନାଥ ଶ୍ରୀକୃଷ୍ଣଙ୍କ ଅବତାର । ଯେହେତୁ ଶ୍ରୀକୃଷ୍ଣ ଏହି ଶିଆଡ଼ି ଗଛରେ ଥିବା ବେଳେ ଦେହତ୍ୟାଗ କରିଥିଲେ । ତେଣୁ ଏହି ଗଛର ଛାଲି ରେ ନିର୍ମିତ ଦଉଡ଼ିରେ ରଥ ଟାଣିଲେ ଭକ୍ତ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ଏହି ବିଶ୍ୱାସକୁ ରଖି ଆଦିବାସୀ ମାନଙ୍କୁ ଯେତେବେଳେ ରଥ ଦଉଡି ତିଆରି ପାଇଁ କେନ୍ଦୁଝର ରାଜା ପ୍ରଥମେ ନିର୍ଦେଶ ଦେଇଥିଲେ,ସେତେବେଳ ଆଦିବାସୀ ମାନେ କୃଷ୍ଣଙ୍କ ଅଂଶ ରହିଥିବା ଶିଆଡି ଲତାରେ ପ୍ରସ୍ତୁତ ଦଉଡି ତିଆରି କରିଥିଲେ। ସେବେଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି।