ସୁବର୍ଣ୍ଣରେଖା ନଦୀର ବନ୍ୟା ଆସିବା ଫଳରେ ବାଲେଶ୍ୱରର ୪ଟି ବ୍ଲକର ୨୧ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି। ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ବନ୍ୟା ପାଣି ଘରେ ପଶିବା ସହିତ ଲୋକଙ୍କ ଫସଲ ମଧ୍ୟ ନଷ୍ଟ କରୁଛି । ବନ୍ୟା ସ୍ଥିତିକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ରାଜ୍ୟକୁ ବନ୍ୟା ଭୟ ନାହିଁ । ବିପଦ ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ବିପଦସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ରହିଛି । ରାଜଘାଟଠାରେ ୮୦ ସେ.ମି ତଳେ ଜଳସ୍ତର ରହିଛି । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପଶିଥିବା ବନ୍ୟା ପାଣି ଧୀରେ ଧୀରେ କମୁଛି ।
ରାଜ୍ୟରେ ବର୍ଷା ହେବା ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପାଣି ଆସିଛି । ଯାହାଫଳରେ ଲୋକଙ୍କ ଚାଷ ନଷ୍ଟ ହୋଇଯାଇଛି । ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗୋଟେ ପଟେ ବନ୍ୟା ପାଣି ଅନ୍ୟପଟେ ବର୍ଷା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇଦେଇଛି ।