କଟକ ଜିଲ୍ଲା ଆଠଗଡ ଗୋପବନ୍ଧୁ ଛକ ମାଛ ମାର୍କେଟରେ ଏକ ବିଦ୍ୟୁତ ବିଦ୍ୟୁତ ଟ୍ରାନ୍ସଫର୍ମର ବିଷ୍ଫୋରଣ ହୋଇଛି । ପ୍ରଥମେ ବିଷ୍ଫୋରଣ ଆଉ ପରେ ହୁତୁହୁତୁ ହୋଇ ଜଳୁଛି ଟ୍ରାନ୍ସଫର୍ମର । ସୂଚନା ଅନୁସାରେ ରବିବାର ରାତିରେ ମାଛ ବଜାରରେ ଲୋକଙ୍କ ପ୍ରବଳ ଜନଗହଳି ହୋଇଥିଲା । ଆଉ ଏହି ସମୟରେ ମାଛ ମାର୍କେଟ ପାଖରେ ଥିବା ଟ୍ରାନ୍ସଫର୍ମର ହଠାତ ବିଷ୍ଫୋରଣ ହୋଇଥିଲା । ଫଳରେ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୈାଡି ପଳାଇଥିଲେ । ତେବେ ଏନେଇ ସ୍ଥାନୀୟ କର୍ମଚାରୀ ତୁରନ୍ତ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏବଂ ତୁରନ୍ତ ପାୱାରକଟ ହେବା ସହ କିଛି ସମୟ ପରେ ଘଟଣା ସ୍ଥଳରେ ଆଠଗଡ ଅଗ୍ନିଶମ ବାହୀନି ପହଂଚି ନିଆଁକୁ ଆୟତ କରିଥିଲେ । ଯାହା ଫଳରେ ଅଳ୍ପକେ ସାଧାରଣ ଲୋକ ଓ ବ୍ୟବସାୟୀ ବଂଚିଯାଇଥିଲେ ।