ଭୁବନେଶ୍ୱର: ପବିତ୍ର ଘୋଷଯାତ୍ରା ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ଦିନ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ୍ କଟକଣାକୁ ପାଳନ କରିବାକୁ ଅନୁରୋଧ କରାଯାଇଛି ।
ଭୁବନେଶ୍ୱର ସ୍ଥିତ ଇସ୍କନ୍ ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଇସ୍କନ ପକ୍ଷରୁ ଆସନ୍ତା୧୬ ଜୁଲାଇ (ରଥଯାତ୍ରା), ୨୪ ଜୁଲାଇ (ବାହୁଡ଼ା ଯାତ୍ରା) ଏବଂ ୨୫ ଜୁଲାଇ (ସୁନାବେଶ) ପାଳନ କରାଯିବ । ଏହି ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି । ତେଣୁ ସାଧାରଣ ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଭୁବନେଶ୍ୱର–କଟକ, କମିଶନରେଟ୍ ପୋଲିସ ଟ୍ରାଫିକ୍ ନିର୍ଦ୍ଦେଶବଳୀ ଜାରି କରିଛି ।
ରଥଯାତ୍ରା ଓ ବାହୁଡ଼ାର ଅପରାହ୍ନ ୩ଟା ଠାରୁ ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ମଧ୍ୟର ଭାରୀଯାନ ଚଳାଚଳ ନିଷେଧ । ସେହିପରି ସୁନାବେଶ ଦିନ ସନ୍ଧ୍ୟା ୫ ଘଟିକାଠାରୁ ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ ।
ଟ୍ରାଫିକ୍ କଟକଣା
୧୬ ଜୁଲାଇ (ରଥ ଯାତ୍ରା) ଏବଂ ୨୪ ଜୁଲାଇ (ବାହୁଡ଼ା ଯାତ୍ରା)
ଅପରାହ୍ଣ ୩ ଘଟିକା ଠାରୁ ରଥ ଗୁଡ଼ିକ ସି.ଆର.ପି. ଛକ ଅତିକ୍ରମ ନକରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ୍ ସର୍ଭିସ୍ ରୋଡ୍ ଦେଇ କୌଣସି ପ୍ରକାର ଭାରୀ ଯାନ ସି.ଆର.ପି. ଛକ ଆଡ଼କୁ ଆସିପାରିବେ ନାହିଁ ।
ଉକ୍ତ ସମୟ ମଧ୍ୟରେ ଡି.ଏ.ଭି. ସ୍କୁଲ୍. ୟୁନିଟ୍-୮ ଠାରୁ ମାଉସୀ ମା ମନ୍ଦିର ଏବଂ ସି.ଆର.ପି. ଛକ । ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ଆଡ଼କୁ ଭାରୀ ଯାନ ଚଳାଚଳ ନିଷେଧ ।
ରଥ ଗୁଡ଼ିକ ସି.ଆର.ପି. ଛକ ଅତିକ୍ରମ ନ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ କସ୍ତୁରବା ସ୍କୁଲ୍ ପାର୍ଶ୍ଵ ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ସି.ଆର.ପି. ଛକ ଆଡ଼କୁ ସର୍ଭିସ୍ ରୋଡ୍ ଦେଇ ଯାତାୟତ କରିପାରିବେ ନାହିଁ ।
୨୫ ଜୁଲାଇ - ସୁନା ବେଶ
ସୁନାବେଶ ଦିନ ଦିନ ସନ୍ଧ୍ୟା ୫ ଘଟିକାଠାରୁ ସି.ଆର.ପି. ଛକ ଠାରୁ ଇସ୍କନ୍ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ । ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।
ତେବେ ଜରୁରୀ କାଳୀନ ସେବାରେ ନିୟୋଜିତ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାନବାହାନ ଗୁଡ଼ିକ ନିମନ୍ତେ ଏହି କଟକଣା ଲାଗୁ ହେବ ନାହିଁ ।