ଭୁବନେଶ୍ୱର: ସିକ୍କିମରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗସ୍ତ ଗାଡ଼ିରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ସିକ୍କିମ ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ:ସିକ୍କିମରେ ହଜାର ଫୁଟ ତଳକୁ ଖସିଲା ପର୍ଯ୍ୟଟକଙ୍କ ଗାଡ଼ି; ଓଡ଼ିଶା ବିଜେପି ନେତ୍ରୀ ନିଖୋଜ
ସୂଚନା ମୁତାବିକ, ସିକ୍କିମରେ ନଦୀକୁ ଖସିପିଡଛି ପର୍ଯ୍ୟଟକଙ୍କ ଗାଡ଼ି । ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଖସି ଯାଇ ନଦୀରେ ପଡିଥିଲା ଗାଡ଼ି, ଯାହାଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଦୁର୍ଘଟଣାରେ ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଅଛନ୍ତି। ଇତିଶ୍ରୀ ଏହି ଟୁରିଷ୍ଟ ଦଳ ସହିତ ନିଜ ସ୍ବାମୀ ଓ ୨ ଛୁଆଙ୍କୁ ନେଇ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବାବେଳେ ଗତକାଲି ରାତି ପ୍ରାୟ ୯ଟାରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।