ପୁରୀ ; ପାଖେଇ ଆସୁଛି ମହାପ୍ରଭୂଙ୍କ ଭୁବନ ମୋହନ ଯାତ୍ରା। ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ରଥ ଖଳା। ସାରା ବିଶ୍ବ ଅନେଇ ବସିଛି ଦେଖିବାକୁ ମହାପ୍ରଭୂଙ୍କ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ। ବର୍ତ୍ତମାନ ସୁଦ୍ଧା ରଥର ଚକ ସହିତ ଅଖ କାର୍ଯ୍ୟ ସମାପ୍ତ ହୋଇସାରିଛି। ଏବେ ଦଣ୍ଡା କାର୍ଯ୍ୟ ଚାଲୁ ରହିଛି। ଆଗକୁ ରହିଛି ମହାପ୍ରଭୂଙ୍କ ସ୍ନାନ ପୂର୍ଣ୍ଣିମା। ଏହି ସ୍ନାନପୂର୍ଣ୍ଣମୀ ଦିନ ରଥର ଚାରି ନାହାକା ଉଠିବା ବିଧି ରହିଛି। ସେଥିପାଇଁ ଜୋର ସୋରରେ କାମ ଆଗେଇ ଚାଲିଛି। ରୂପକାର ସେବକମାନେ କୋଣ ଗୁଜ କାମ ସରିଛି। ଏବେ ସିଂହାସନ କାମ ଚାଲୁ ରହିଛି।
ସେପଟେ ତିନି ରଥର ୪୨ ଚକ ତିଆରି ସରିଥିଲା । ଆଜି ସରିଲା ୨୧ ଅଖ ନିର୍ମାଣ । ଭଉଁରିରେ ୬ ନାହାକା ଚକ ସହ ୩ ନାହାକା ଅଖ ସଂଯୋଗ ହୋଇଥିଲା । ଏଣିକି ବାକି ୧୮ ଅଖ ସହ ୩୬ ଚକ ସଂଯୋଗ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ଚାରି ନାହାକା ହଣା ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ବିଶ୍ୱକର୍ମାମାନେ ରଥର ଯୋକା ଓ ଚଉଦନାହାକା କାର୍ଯ୍ୟ ଶେଷ ସାରିଛନ୍ତି । ରୂପକାର ସେବକମାନେ ଗୁଜ କାମ ଜାରି ରଖିଛନ୍ତି । କରତି ସେବକ ରଥର ପୋଲ ଗୟଳ ତିଆରୁଛନ୍ତି । ତିନୋଟି ପୃଥକ ଶାଳରେ କମାର ତଥା ଓଝା ସେବକ ଲୁହା ସାମଗ୍ରୀ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି ।