ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ସହରର ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ମାତା ପାର୍ବତୀ ପିତାମାତାଙ୍କ ଘରୁ ବିଦାୟ ନେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସମ୍ବଲପୁର ସହରର ନନ୍ଦପଡା, ଝାଡୁଆପଡା, ବଡବଜାର ଓ ମୋଦିପଡା ,ଠାକୁରପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ଚଳିତ ବର୍ଷର କନ୍ୟା ପିତାମାତାଙ୍କ ବାସଭବନରୁ ମାତା ପାର୍ବତୀ ବିଦାୟ ନେଇଛନ୍ତି। ତେବେ କନ୍ୟା ପିତାମାତାଙ୍କ ବାସଭବନରେ ମା ଙ୍କ ବିଦାୟ ଦେବା କାର୍ଯ୍ୟକ୍ରମରେ ମା ପାର୍ବତୀ ଓ ଦେବ ଦେବ ମହାଦେବଙ୍କ ସ୍ୱତନ୍ତ୍ର ଆଳତି ହୋଇଥିଲା। ପରେ ଘଣ୍ଟ,ଶଙ୍ଖ, ଦୁଲଦୁଲି ବାଜା ସହ ଶତାଧିକ ଭକ୍ତଙ୍କ ଗହଣରେ ମା ପାର୍ବତୀ କନ୍ୟାପିତା ମାତାଙ୍କ ଠାରୁ ବିଦାୟ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଯା ପିତାମାତାଙ୍କ ସହ ସବୁ ପରିବାର ସଦସ୍ୟ ମଧ୍ଯ ଉପସ୍ଥିତ ଥିଲେ।