ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୭ ଜିଲ୍ଲାକୁ ୟୋଲୋ ୱାଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ଭଦ୍ରକ, ରାୟଗଡ଼ା, ବାଲେଶ୍ବର, ମୟୂରଭଞ୍ଜ, ନୂଆପଡ଼ା, କନ୍ଧମାଳ, କଟକ, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର ସହର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମାଲକାନଗିରି, ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ୩୦-୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଦକ୍ଷିଣ ଚାଇନା ସାଗରରେ ସୃଷ୍ଟ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ବୁଧବାର ବଙ୍ଗୋପସାଗରରେ ପ୍ରବେଶ କରିଛି। ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଥିବାବେଳେ ଗୁରୁବାରଠାରୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ଆକଳନ କରାଯାଇଛି।
ଆସନ୍ତାକାଲି ଭୀଷଣ ବର୍ଷା ପାଇଁ ଦୁଇ ଜିଲ୍ଲା ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବିଜୁଳି, ଘଡଘଡି ସହ ଅତିପ୍ରବଳ ବର୍ଷା ପାଇଁ ୮ ଜିଳ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ୨୮ ତାରିଖ ପରଠୁ କମିବ ବର୍ଷା ପରିମାଣ ।