ଭୁବନେଶ୍ୱର: ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେହିପରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀ ଏବଂ ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ଯେ ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଅଗଷ୍ଟରେ ୨୧ ଟି ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ ଟି ଡିସେମ୍ବର ସୁଦ୍ଧା ୨୨ ଟି ପ୍ରକଳ୍ପ ଶେଷ ହେବ । ୨୦୧୬ ମସିହା ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ । ୨୦୧୬ ରୁ ଆରମ୍ଭ ହୋଇଥିଲା ଲୋକମାନେ ଆତୁର ହୋଇ ପାଣି ପାଇଁ ଅପେକ୍ଷା କରିଥିଲେ । ପାଣି ପହଞ୍ଚିବାରେ ବିଳମ୍ବ ହୋଇଥିଲା। ୨୯ ହଜାର ୫୧୨ ଟି ନଳକୂପ ଏ ବର୍ଷ ଦିଆଯାଇଥିଲା ୨୦ ହଜାର ୮୯୧ ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି । ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳା ଯାଇଛି । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏଜେନ୍ସି ପାଇଁ ସବୁ ଦିନେ ଦଣ୍ଡ ରହୁଛି । ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।