ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ପାଇଁ ଓଡିଶାକୁ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି । ଆଜିଠାରୁ ନଦୀ ଗୁଡ଼ିକର ଜଳସ୍ତର ବଢିବ ବୋଲି ସତର୍କ କଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା ଜାରି କରାଯାଇଛି । ନଦୀର ଜଳସ୍ତର ବଢିବା ଫଳରେ ତଳିଆ ଅଞ୍ଚଳରେ ପାଣି ପଶିବ ସେଥିପାଇଁ ଲୋକମାନଙ୍କୁ ସତର୍କତାର ସହିତ ରହିବା ପାଇଁ ସୂଚନା ଦିଆଯାଇଛି । ୧୫ ଜିଲ୍ଲାର ୪୩ ବ୍ଲକ୍ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିବା ସହ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ଯଜିବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।
ପ୍ରବଳ ବର୍ଷା କାରଣରୁ ହୀରାକୁଦର ୧୨ଟି ଗେଟ୍ ଖୋଲା ଯାଇଛି । ଆଗକୁ ବର୍ଷାର ପରିମାଣକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲାଯିବ । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।