ଭୁବନେଶ୍ୱର: ଜବ କାର୍ଡ ଧାରୀଙ୍କ ପାଇଁ ବଡ଼ ଘୋଷଣା । e-KYC ନକଲେ କଟିବ ଜବ କାର୍ଡ । ଫେକ୍ ଜବ୍ କାର୍ଡ ମାଧ୍ୟମରେ ସମସ୍ତ ସୁବିଧା ପାଉଥିବା ଉପଭୋକ୍ତାଙ୍କୁ ଧରିବାକୁ e-KYC ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି । ୩ ମାସ ଭିତରେ ଜବ୍ କାର୍ଡ e-KYC ନକଲେ ଜବ୍ କାର୍ଡ କଟିବ । ସରକାର ବାହାର କରିଛନ୍ତି ଫେକ୍ ଜବ୍ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ଫେକ୍ ଜବ୍ କାର୍ଡ ମାଧ୍ୟମରେ କିଏ ଟଙ୍କା ଆତ୍ମସାତ କରୁଥିଲା । ସବୁର ଉତ୍ତର ବିଗତ ଦିନରେ ଯିଏ ଶାସନ କରୁଥିଲେ ସିଏ ଦେବେ ବୋଲି ମନ୍ତ୍ରୀ କହିଥିଲେ । ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍ କାର୍ଡ ଦେଇଛନ୍ତି ।
ଦିନକୁ ଦିନ ଫେକ୍ ଜବ୍ କାର୍ଡ ଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେକ୍ ଜବ କାର୍ଡ ମାଧ୍ୟମରେ ସମସ୍ତ ସୁବିଧା ସୁଯୋଗ ପାଉଛନ୍ତି । ସେଥିପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।