ଭୁବନେଶ୍ୱର: ଏଣିକି ଜଳଯୋଗାଣ କାମରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ। ଏନେଇ ପଞ୍ଚାୟତିରାଗ ମନ୍ତ୍ରୀ ରବି ନାରାୟଣ ନାୟକ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। ଏଥିସହ ବିଭାଗ ପକ୍ଷରୁ ୨ଥର ମନିଟରିଂ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୧୮ଟି ପ୍ରକଳ୍ପରେ ସବୁ ଘରକୁ ଜଳ ବ୍ୟବସ୍ଥା ହୋଇଛି । ତେବେ ଅଗଷ୍ଟରେ ୨୧ଟି ସେପ୍ଟେମ୍ବର ଶେଷ ସୁଦ୍ଧା ୧୧ଟି ଓ ଡିସେମ୍ବର ସୁଦ୍ଧା ୨୨ଟି ପ୍ରକଳ୍ପ ଶେଷ ହେବ । ୨୦୧୬ ଠାରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୫ରେ ସରିବ । ୨୯ ହଜାର ୫୧୨ଟି ନଳକୂପ ଏ ବର୍ଷ ଦିଆଯାଇଥିବା ବେଳେ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇ ଲୋକେ ପାଣି ପାଉଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳାଯାଇଛି । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ ।