ବାଲେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ସେଥିପାଇଁ ଜଳକା ନଦୀରେ ବନ୍ଯା ଆଶଙ୍କା । ଲଗାଣ ବର୍ଷା ପାଇଁ ଜଳକା ନଦୀର ଜଳସ୍ତର ବଢୁଛି । ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ଜଳସ୍ତର,ନଦୀର ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୬.୦୦ ମିଟର । ସକାଳା ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୮୦ ମିଟରରେ ପ୍ରବାହିତ ହେଉଛି ।
ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢୁଛି । ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇଁ ଆଶଙ୍କା କରାଯାଉଛି ।