ନୂଆପଡା: ଦିନକୁ ଦିନ ବର୍ଷାର ପରିମାଣ ବଢୁଥିବା ହେତୁ ବିଭିନ୍ନ ସ୍ଥାନରେ ଜଳର ମାତ୍ରା ମଧ୍ୟ ବଢୁଛି। ତେଣୁ ପାଣିର ପ୍ରଖର ସ୍ରୋତକୁ ସହି ନପାରି ପୋଲ ଭାଙ୍ଗି ଭୁଷୁଡି ପଡ଼ିଯାଇଛି । ବୁଧବାର ରାତିରେ ଲଗାଣ ବର୍ଷା ପାଇଁ ପୋଲ ଭାଙ୍ଗିଯାଇଛି । ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ୧୦ ଗୋଟି ଗାଁ ବିଚ୍ଛିନ୍ନ ହୋଇଯାଇଛି । ପାଖାପାଖି ୧୦ ଗୋଟି ଗାଁକୁ ଯାତାୟତ ଠପ୍ ହୋଇଯାଇଛି l ସୁନାବେଡା ଠାରୁ ସୋସେଙ୍ଗ, ଶିବ ନାରାୟଣ ପୁର, ଦେଓଶୀଲ, ଗାତିବେଡା, ସାଲେପଡା, କୋଟରାବେଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ସେହିପରି ସୁନାବେଡା ଘାଟି ରାସ୍ତାରେ ଲଗାଣ ବର୍ଷା ଯୋଗୁଁ ଜାମଗାଁ ଓ ରୁପିଆମ ଯିବା ରାସ୍ତାରେ ପାହାଡ଼ରୁ ପଥର ଧସିବା ସହ ଓଲଟିଛି ବିଦ୍ୟୁତ ଖମ୍ବ । ବର୍ତ୍ତମାନ ସୁନାବେଡା ଅଞ୍ଚଳକୁ ଚାରି ଚକିଆ ଯାନ ଯାତାୟତ ବାଧାପ୍ରାପ୍ତ ହୋଇଛି ।