କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅପହୃତ ହୋଇଥିବା ଦୁଇ ଜଣ ନାବାଳିକା ଉଦ୍ଧାର ହୋଇଛନ୍ତି । ଅପହରଣ ୧୨ ଘଣ୍ଟା ପରେ ଶୋସ ଥାନା ଅଞ୍ଚଳରୁ କରଞ୍ଜିଆ ପୋଲିସ ନାବାଳିକାକୁ ଉଦ୍ଧାର କରିଛି । ଅପହରଣ କରିଥିବା ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଗତକାଲି କରଞ୍ଜିଆ ଥାନା ଶରଧା ଗ୍ରାମର ଦୁଇ ଜଣ ନାବାଳିକା ଘର ପାଖ ଦୋକାନକୁ ମ୍ୟାଗି କିଣିବାକୁ ଯାଇଥିଲେ । କିନ୍ତୁ ସେମାନେ ଆଉ ଘରକୁ ଫେରି ନ ଥିଲେ । ଦୀର୍ଘ ସମୟ ଧରି ଝିଅମାନେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । କିନ୍ତୁ ସେମାନଙ୍କୁ ନ ପାଇବା ପରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରିଛି ।