ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ଯୁବତୀ ପ୍ରାଣ ହାରିଲେ । ଏଭିଳି ଏକ ସଂଘାତିକ ଖବର ରାଜଧାନୀରୁ ଆସିଛି । ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଭଡ଼ା ଘର ଭିତରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକା ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଯୁବତୀଙ୍କ ନିଜ ଘର ରାୟଗଡ଼ା । ସେ ରାଜଧାନୀ ଆଇଟିଆଇ ପାଠ ପଢିବାକୁ ଆସିଥିଲେ । ଏକ ଭଡ଼ା ଘରେ ଭୁବନେଶ୍ୱରରେ ରହୁଥିଲେ । ହେଲେ ଏବେ ସେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଝିଅଙ୍କ ମୃତ୍ୟୁର ଖବର ପାଇ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁ ତାଙ୍କ ଝିଅକୁ ବ୍ଲାକ ମେଲିଂ କରାଯାଉଥିଲା । ଆଉ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏପିରିକି ତିନି ମାସ ତଳେ ଜୋର ଜବରଦସ୍ତି ବିବାହ କରିବାକୁ ଧମକ ଦେଇଥିଲେ ଯୁବକ । ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ଯୁବତୀ । ଅନ୍ୟପଟେ ଯୁବତୀଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।