ଭୁବନେଶ୍ୱର: ହାଇକୋର୍ଟରେ ଓଡ଼ିଶା ପୋଲିସ ଇନ୍ସପେକ୍ଟର ନିଯୁକ୍ତି ମାମଲାରେ ଆସିଲା ବଡ଼ ଖବର। ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କଲେ ରାଜ୍ୟ ସରକାର। ଏନେଇ ହାଇକୋର୍ଟଙ୍କୁ AG ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି। କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ SI ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରିଥିଲେ।
ମାମଲାରୁ ପ୍ରକାଶ ଯେ , ୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ ୯୩୩ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ଓଡିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ। ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ରହିଥିଲା । ହେଲେ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀ ହାଇକୋର୍ଟରେ ଏହି ବିଜ୍ଞପ୍ତି ସଂକ୍ରାନ୍ତରେ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି ଚଳିତବର୍ଷ ବିଜ୍ଞପ୍ତି ପାଇଁ ୩ ବର୍ଷ କୋହଳ କରିଛନ୍ତି କୋର୍ଟ।