ଭବାନୀପାଟଣା : ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ପଡିଛି ରହିଛି ମୃତଦେହ। ତେବେ ଏଏସଆଇଙ୍କ ମୁହଁ ସଂପୂର୍ଣ୍ଣ ରୂପେ ଜଳିଯାଇଥିବା ବେଳେ ମୃତଦେହ ପାଖରେ ପଡିଛି ବାଇକ୍। ମୃତ ଏଏସଆଇଙ୍କ ଘର ନବରଙ୍ଗପୁର ଜିଲ୍ଲା ବୋରିଗୁମ୍ମା ଏବଂ ତାଙ୍କ ନାମ ପବିତ୍ର ଗୋଲାପି ବୋଲି ଜଣାପଡିଛି। ଖବରପାଇ ଧର୍ମଗଡ଼ ଏସଡିପିଓ ଏବଂ ଆଡିସନଲ ଏସପି ପହଁଚି ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ଏଏସଆଇ ପବିତ୍ର ଗୋଲାପି ପ୍ରତ୍ୟକ ଦିନ ପରି ଡ୍ୟୁଟି ପାଇଁ ଘରୁ ବାହାରିଥିଲେ। ହେଲେ ସେଠାରେ ସେ ପହଂଚି ନଥିଲେ। ଏପରିକି ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବାର ଲୋକେ ଦେଖିଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଧର୍ମଗଡ଼ ଏସଡିପିଓ ଏବଂ ଆଡିସନଲ ଏସପି ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ କିଏ ଓ କଣ ପାଇଁ ଏପରି ବୀଭତ୍ସ କାଣ୍ଡ ଘଟଇଲା ତାହା ଜଣାପଡିନି। ତେଣୁ ଏ ନେଇ ଅଧିକ ତଦନ୍ତ କରୁଛନ୍ତି ଆଡିସନଲ ଏସପି।