ଭୁବନେଶ୍ୱର: ସାବାଡ଼୍ ହେବେ ମଦୁଆ । ରାସ୍ତାଘାଟରେ ମଦୁଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଯାହା ପାଇଁ ମଦ ବନ୍ଦ ଅଭିଯାନ ଭୁବେନେଶ୍ୱରରୁ ଆରମ୍ଭ ହେବ । ଏନେଇ ବିଜେପି ବିଧାୟକ ବାବୁ ସିଂ ସୂଚନା ଦେଇଛନ୍ତି । ବିଗତ ୨୦ ବର୍ଷ ପୂର୍ବରୁ ମଦୁଆଙ୍କୁ କେହି ବି ଛୁଇଁ ନ ଥିଲେ । ଅଛୁଆଁ ହେଉଥିଲେ । କିନ୍ତୁ ଦିନକୁ ଦିନ ଯୁବପିଢ଼ି ନିଶା କବଳରେ କବଳିତ ହେଉଛନ୍ତି । ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ ଖୋଲିଲାଣି । ଗଳି କନ୍ଦିରେ ମଦ ଦୋକାନ ଖୋଲିଲାଣି । ଲୋକମାନେ ମଦ ପ୍ରତି ଆକୃଷ୍ଟ ହେଉଛନ୍ତି । ଏଥିରେ ରୋକ ଲଗାଇବା ପାଇଁ ଭୁବନେଶ୍ବରରୁ ଅଭିଯାନ ଆରମ୍ଭ ହେବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି ।
ପୋଲିସଙ୍କୁ କଡ଼ାକଡ଼ି ପଦକ୍ଷେପ ନିଅନ୍ତୁ । ସବୁ ମଦୁଆକୁ ରାସ୍ତାରେ ମାଡ଼ ମାରନ୍ତୁ । ୟୁପି, ବିହାରରେ ମଦ ବନ୍ଦ ହୋଇଛି । ଏବେ ଓଡ଼ିଶାରେ ମଧ୍ୟ ମଦ ବନ୍ଦ ରହିବ । ମଦ ପାଇଁ ୫୦ ପ୍ରତିଶତ କ୍ରାଇମ ବୃଦ୍ଧି ପାଉଛି । ସରକାର ସଚେତନ ହୋଇ କାର୍ଯ୍ୟାନୁଷ୍ଠାନ ନେବା ସହିତ ଲୋକଙ୍କୁ ବି ସଚେତନ ହେବାକୁ ପଡିବ । ପ୍ରତି ବର୍ଷ ୧୦ଜଣ ମଦୁଆଙ୍କୁ ମଦ ଛଡାଇବା । ତା ପରେ ସାରା ରାଜ୍ୟ ମଦମୁକ୍ତ ହେବ ।