ଫୁଲବାଣୀ: ଫୁଲବାଣୀର ବହୁଚର୍ଚ୍ଚିତ ଏସିଡ ଆକ୍ରମଣ ମାମଲାରେ ରାୟ ଆସିଛି। ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରିତିଶ କୁମାର ରାଉତରାଇ, ଏସିଡ ଫିଙ୍ଗା ଘଟଣାରେ ଅଭିଯୁକ୍ତ ପ୍ରମୋଦ କୁମାର ସାହୁଙ୍କୁ ୧୨ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ୬୦ ବର୍ଷୀୟ ଅଭିଯୁକ୍ତ ପ୍ରମୋଦ କୁମାର ସାହୁ ହେଉଛନ୍ତି ଫୁଲବାଣୀ ପଟାବାଲି ସାହିର ବାସିନ୍ଦା।
ଘଟଣା ମୁତାବିକ ୨୦୨୩ ମସିହା ୨୮ ଡିସେମ୍ବର ଦିନ ସାଢେ ୧ଟା ବେଳେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତିି ଏକ ପାନ ଦୋକାନରେ ଛିଡା ହୋଇଥିବା ସମୟରେ ତାଙ୍କ ଉପରକୁ ଏସଡିଡ଼ି ଫିଙ୍ଗିଯାଇଥିଲା। ଏ ଖବର ଶୁଣିବା ମାତ୍ରେ ସୁରଜଙ୍କ ବାପା କୃଷ୍ଣଚନ୍ଦ୍ର ମହାନ୍ତି ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କ ଉପରକୁ ବି ଏସିଡ଼ ଫିଙ୍ଗିଥିଲା ଅଭିଯୁକ୍ତି। ତେବେ ଏସିଡ ମାଡ଼ରେ ବାପା-ପୁଅ ଦୁହେଁ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଫୁଲବାଣୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତିର କରାଯାଇଥିଲା।
ଅନ୍ୟପଟେ ଅଭିଯୁକ୍ତକୁ କାବୁ କରି ସ୍ତାନୀୟଲୋକେ ପୋଲିସର ଜିମା ଦେଇଥିଲେ। ୧୭ ଜଣ ସାକ୍ଷୀ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଅଦାଳତ ଏବେ ପ୍ରମୋଦକୁ ଦୋଷୀ ସାବ୍ୟସ୍ତ କରିଛି। ଏଥିସହ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ୧୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା ଣୁଣାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।