କଟକ : ସ୍ବାଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ ପରେ ପୁଣି ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସାହାଣ ମେଲା ଦର୍ଶନ କରାଇଥିବା ବଡୁ ସେବାୟତଙ୍କୁ ପଚରାଉଚରା ହେବ ।
ସୂଚନା ଅନୁଯାୟୀ କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସଂପୂର୍ଣ୍ଣ ହେବା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଦ୍ୱାର ଖୋଲିଥିଲେ ବଡୁ ନିଯୋଗରେ ପାଳିରେ ଥିବା ସେବାୟତ । ମଙ୍ଗଳ ଆଳତି ପୂର୍ବରୁ ସେବାୟତ ଜଣକ ମନ୍ଦିର ଦ୍ୱାର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଥିଲେ । ଏହାକୁ ନେଇ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପୂଜାପଣ୍ଡା ନିଯୋଗ ମଙ୍ଗଳ ଆଳତି କରିବା ପରେ ଦ୍ୱାର ଖୋଲି ଅନ୍ୟ ନୀତିକାନ୍ତି କରିବା କଥା କିନ୍ତୁ ଏହା ପୂର୍ବରୁ ଆଡ଼ପ ଦର୍ଶନ ଆରମ୍ଭ ହୋଇ ଥିବାରୁ ପୂଜାପଣ୍ଡା ପକ୍ଷରୁ ମଙ୍ଗଳ ଆଳତି ବନ୍ଦ କରାଯାଇଥିଲା।