ଭୁବନେଶ୍ୱର: ଦେଶରେ ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ ପହଞ୍ଚିଛି । ସେହିଭଳି ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଲାଣି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ସଚିବଏସ ଅଶ୍ବଥି ସୂଚନା ଦେଇଛନ୍ତି । ଆଉ ଜଣେ କୋଭିଡ ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । କିନ୍ତୁ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ମିଳିନାହିଁ ।
ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ଭୟଭୀତ ନ ହୋଇ ସତର୍କରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଯେଉଁ ଭାରିଏଣ୍ଟ ଚିହ୍ନଟ ହୋଇଛି ତାହା ମାଇଲଡ ଷ୍ଟ୍ରେନ । ପୂର୍ବରୁ ରାଜ୍ୟରେ ୫ଟି କୋଭିଡ୍ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିବାବେଳେ ଆଜି ୨ଟି ଆକ୍ରାନ୍ତକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଆଉ ଜଣେ କୋଭିଡ୍ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନମୁନା RTPCR ଟେଷ୍ଟ ପାଇଁ ଦିଆଯାଇଛି । ରିପୋର୍ଟ ଆସିଲା ପରେ ସ୍ପଷ୍ଟ କରାଯିବ ବୋଲି ସୂଚନା ମିଳିଛି । ବ୍ୟାପୁଥିବା କୋଭିଡ୍ ଭାରିଆଣ୍ଟ ଅଧିକ କ୍ଷତିକାରକ ହେଉନଥିବାରୁ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ସୂଚନା ଦିଆଯାଇଛି ।
କୋଭିଡ୍ ର କରାଳ ରୂପକୁ ସମସ୍ତେ ଭୁଲିବାକୁ ବସିଥିବା ବେଳେ ପୁଣି କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪, ଦିଲ୍ଲୀରେ ୨୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।