ଭୁବନେଶ୍ୱର: ପୁଣି ଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଛି । ପ୍ରଶାସନର ହସ୍ତକ୍ଷେପ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି ।
ଶନିବାର ସାହାଣ ମେଲା ଦର୍ଶନକୁ ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବନ୍ଦ ରହିଥିଲା । ବିନା ମଙ୍ଗଳ ଆଳତିରେ ବଡୁ ସେବାୟତ ସାହାଣ ମେଲା ଦର୍ଶନ କରିବାରୁ ବିଭ୍ରାଟ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିଦେଇଥିଲେ । ତେବେ ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ କରାଯାଇଥିଲା ଏବଂ ଏହା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ବିନା ମଙ୍ଗଳ ଆଳତୀରେ କାହିଁକି ସାହାଣମେଲା ଦର୍ଶନ କରାଯାଇଛି ସେ ନେଇ ସମ୍ପୃକ୍ତ ବଡୁ ସେବାୟତଙ୍କୁ ପଚରାଉଚରା କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।