କଟକ: ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବା ବିଶ୍ୱ ପ୍ରସିଦ୍ଧ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା । ଚଳିତ ଥର ବାଲିଯାତ୍ରା ୮ ଦିନ ଚାଲିବ । ଅର୍ଥାତ ୫ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକରେ ବାଲିଯାତ୍ରାକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବନି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ । ତଳ ପଡ଼ିଆରେ ୬୦ ଏକର ପରିମିତ ଜାଗାରେ ମେଳା ଲାଗିବ । ପୂର୍ବରୁ ଏହା ମାତ୍ର ୩୪ ଏକର ଜଗାରେ ବାଲିଯାତ୍ରା ହେଉଥିଲା । ସେହିପରି ଦୋକାନ ଷ୍ଟଲ୍ ପାଇଁ ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ ।
ଅଧିକ ପଢ଼ନ୍ତୁ- ଗତକାଲିଠାରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ, ଆଜି ନିଲମ୍ବନ ନାଟକ