ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି । ସେ ଏକକାଳୀନ ଦୁଇଟି ଦାୟିତ୍ୱ ତୁଲାଇବେ ।
ସେହିପରି ଆୟୁଷ ନିର୍ଦ୍ଦେଶକ ବଦଳିଛନ୍ତି । ଆୟୁଷ ନିର୍ଦ୍ଦେଶକ ଥିବା ପ୍ରେମଜିତ ପଟ୍ଟନାୟକଙ୍କୁ ଏସିଏସଟି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବଭାବେ ନୂତନ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ ଆଇଏଏସ୍ ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପଣ୍ଡା ବର୍ତ୍ତମାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବଭାବେ କାର୍ଯ୍ୟକରୁଛନ୍ତି ।
ଅବକାରୀ କମିଶନର ଥିବା ପି ଅନ୍ୱେଷା ରେଡ୍ଡୀ ଆଇଜିଆରର ଅତିରିକ୍ତ ଦାୟିତ୍ୱ ତୁଲାଇବେ ।