ଛତିଶଗଡ଼ରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଶୁକ୍ରବାର ବିଜାପୁରରେ ଏକ ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ (ଗତକାଲି) ୧୧ ସେପ୍ଟେମ୍ବରରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୧୦ ଜଣ ନକ୍ସଲ ନିପାତ ହୋଇଥିଲେ ।
ତେବେ ଆଜିର ଏନକାଉଣ୍ଟର ବିଷୟରେ ସୂଚନା ଦେଇ ସୁରକ୍ଷା ବାହିନୀ କହିଛନ୍ତି ଯେ ବିଜାପୁର ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା । ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷାକର୍ମୀ ଦଳ ବାହାରକୁ ଯାଇଥିବା ବେଳେ ସେମାନଙ୍କୁ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ । ଏହାପରେ ଉଭୟ ପଟୁ ଗୁଳି ବିନିମୟ ହୋଇଥିଲେ । ଏଥିରେ ୨ ହାର୍ଡକୋର ନକ୍ସଲଙ୍କୁ ନିପାତ କରାଯାଇଛି । ଘଟଣାସ୍ଥଳରୁ ଉଭୟଙ୍କ ମୃତଦେହ, ଅସ୍ତ୍ରଶସ୍ତ୍ର ଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା ।
ଅପରେସନରେ STF, DRG ଏବଂ CRPFର କୋବ୍ରା ଜବାନ ସାମିଲ ରହିଛନ୍ତି । ଘଟଣାସ୍ଥଳରୁ ଏକ .୩୦୩ ରାଇଫଲ୍ ମଧ୍ୟ ମଧ୍ୟ ମିଳି ମିଳିଛି। ସୁରକ୍ଷା ବାହିନୀ କହିଛନ୍ତି ଯେ ଅପରେସନ୍ ଏବେ ବି ଜାରି ରହିଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି । ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି । ଗରିଆବନ୍ଧର ଇ-୩୦, ଏସଟିଏଫ ଏବଂ CRPFର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି। ଏବେବି ଜଙ୍ଗଲରେ ପଡିଛି ନକ୍ସଲଙ୍କ ମୃତଦେହ । ଗତକାଲି ଏନକାଉଣ୍ଟରରେ ନିପାତ ହୋଇଥିଲେ ୧୦ ମାଓବାଦୀ । ସେମାନଙ୍କ ମଧ୍ୟରେ ଥିଲେ ତିନି ଟପ ମାଓ ନେତା ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ , ବାଲକୃଷ୍ଣ ଓରଫ ଭାସ୍କର ଏବଂ ଏସଜେଡସିଏମ ପ୍ରମୋଦ ଓରଫ ପାଣ୍ଡୁ । ଜଙ୍ଗଲ ଭିତରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି ।