କଟକ: ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା ନାଁକୁ ପରିବର୍ତ୍ତନ କରାଯାଇଛି । ବାଲିଯାତ୍ରାର ନୂଆ ନାଁ 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' । ପୂର୍ବରୁ କେବଳ ‘ଐତିହାସିକ ବାଲିଯାତ୍ରା’ ଲେଖାଯାଉଥିଲା ।
ଚଳିତ ବର୍ଷ ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଟ୍ରାଫିକ୍ ସମସ୍ୟା ପାଇଁ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବନି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ । ତଳ ପଡ଼ିଆରେ ୩୪ ଏକର ପରିବର୍ତ୍ତେ ୬୦ ଏକର ପରିମିତ ଜାଗାରେ ମେଳା ଲାଗିବ । ସେହିପରି ଦୋକାନ ଷ୍ଟଲ୍ ପାଇଁ ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ । ଜିଲ୍ଲା ସାଂସ୍କୃତିକ ପରିଷଦ ସାଂସ୍କୃତିକ କାର୍ଯ୍ୟକ୍ରମ ଚୟନ କରିବେ ।
ଅଧିକ ପଢ଼ନ୍ତୁ- ୮ ଦିନ ଚାଲିବ ଐତିହାସିକ ବାଲିଯାତ୍ରା, କେବଳ ତଳ ପଡ଼ିଆରେ ପଡ଼ିବ ଷ୍ଟଲ୍