ରାୟଗଡ଼ା: ରାୟଗଡ଼ା ବ୍ଲକ୍ ବିଷ୍ଣୁଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । କ୍ଷେତରେ କାମ କରୁଥିବାବେଳେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ କପା ଚାଷୀ ବୋଲି ଜଣାପଡ଼ିଛି । ବିଷ୍ଣୁଗୁଡା ଗ୍ରାମର ସମ୍ବାରୀ ପିଡ଼ିକା (୪୫) ଓ ତାଙ୍କ ଭଉଣୀ ପାଣ୍ଡେ ପିଡ଼ିକାଙ୍କ ସମେତ ଅନ୍ୟମାନେ କପା କ୍ଷେତରେ କାମ କରୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ୪ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପାଣ୍ଡେ ପିଡ଼ିକା ଗୁରୁତର ଅଛନ୍ତି ।