ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍ ପୋଲିସର ଜଣେ ମହିଳା ଟ୍ରାଫିକ କନଷ୍ଟେବଳ ନିଖୋଜ ହୋଇଯାଇଛନ୍ତି । ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ପରିବାର ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି ।
ଶୁଭମିତ୍ରା ସାହୁ ପାରାଦୀପର ହୋଇଥିବାବେଳେ ସେ ଭୁବନେଶ୍ୱରର କ୍ୟାପିଟାଲ ଥାନା ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିଲେ । ଗତ ୬ ତାରିଖରୁ ଘରୁ ଡ୍ୟୁଟି ପାଇଁ ବାହାରି ଆସିଥିଲେ । କିନ୍ତୁ ଡ୍ୟୁଟି ସମୟ ସରିବା ପରେ ଶୁଭମିତ୍ରା ଆଉ ଘରକୁ ଫେରି ନ ଥିଲେ । ଏହା ପରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାକୁ ପ୍ରାୟ ସପ୍ତାହେ ପୂରିବାକୁ ବସିଥିବାବେଳେ ଶୁଭମିତ୍ରାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।