ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲଗାତର ଦୁଇ ଦିନ ହେବ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍ ଉଡ଼ିଛି । ଆଜି ସକାଳ ସକାଳୁ ଶ୍ରୀମନ୍ଦିର ନିକଟରେ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଛି । ନୀଳଚକ୍ର ନିକଟରେ ଭିଡ଼ିଓ ନେଉଥିବା ଦେଖାଯାଇଥିଲା । କିଏ ଡ୍ରୋନ୍ ଉଡାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନି । ସିଂହଦ୍ୱାର ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।
ଗତକାଲି ରାତିରେ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିଲା । ପୋଲିସ ଟିମ୍ ତଳେ ବାଇକରେ ପଇଁତରା ମାରି ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତି ପାଇନଥିଲା । ଯାହାକୁ ନେଇ ସେବାୟତମାନେ ଚିନ୍ତା ପ୍ରକଟ କରିଥିଲେ । ତେବେ କାହିଁକି ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।