ରେଢାଖୋଲ: ସ୍ବାମୀଙ୍କ କୋଳରେ ବସି କାର୍ ଚଲାଉଥିଲେ ସ୍ତ୍ରୀ । ଆଉ ପଛରେ ବସିଥିଲେ ୪ ବର୍ଷର ଶିଶୁ କନ୍ଯା ଆଉ ପାଖ ସିଟ୍ ରେ ପୁଅ । ଖାଲି ଏତିକି ନୁହଁ ଗାଡ଼ିରେ ବସି ରିଲସ କରି ଫେସବୁକ ଓ ଇଷ୍ଟଗ୍ରାମ ଭଳି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଯାହାକି ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ପରିବହନ ବିଭାଗ କାର୍ ମାଲିକଙ୍କୁ ମୋଟା ଅଙ୍କର ଜରିମାନା ଲଗାଇଛି। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି। ପରିବହନ ବିଭାଗ ନିୟମ ଉଲଂଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି।
ସୂଚନା ଅନୁସାରେ, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପଥରେ ସ୍ବାମୀ,ସ୍ତ୍ରୀ ଓ ୨ ଜଣ ଜଣ ଶିଶୁଙ୍କ କାରରେ ଯାଉଥିଲେ।କାରଟି ଚାଲୁଥିବା ବେଳେ ସ୍ତ୍ରୀ ଓ ୪ ଶିଶୁ ବିନା ସିଟ୍ ବେଲ୍ଟ ରେ ମୋବାଇଲରେ ରିଲ୍ସ କରୁଥିବା ଦେଖି ଜନୈକ ବ୍ଯକ୍ତି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ରାଜ୍ୟ ପରିବହନ ବିଭାଗକୁ ଟ୍ୟାଗ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ଭିତ୍ତି କରି ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗାଡ଼ି ମାଲିକଙ୍କ ନାଁରେ ୧୧ ହଜାର ଫାଇନ୍ କରିଥିବା ସୂଚନା ମିଳିଛି।
ତେବେ ଏହା ପ୍ରଥମ ଥର ନୁହେଁ ଏହି ଦମ୍ପତି ଦୁଇଜଣ ଗାଡିରେ ବସି ନିୟମ ଉଲ୍ଲଘଂନ କରି ବିନା ସିଟ୍ ବେଲ୍ଟ ଲଗେଇ ସବୁବେଳେ ରିଲ୍ସ କରୁଥିଲେ ଯାହା ତାଙ୍କୁ ଏବେ ମହଙ୍ଗା ପଡିଛି।